ବନସ୍ତେ ଡାକିଲା ଗଜ ଉଦାସ ହେଇଛି ରଜ ମଉଜ ରଜ ମଉଜ ଲୋ କେହି ନୁହଁ ସଜବାଜ। ବିଲରେ ବୁଣିଛି ଧାନ ମଣିଷ ଜୀବନ ଦୁଇଟି ଦିନ ଦୁଇଟି ଦିନ ଲୋ ଦେଖୁ ଦେଖୁ ଯାଏ ପ୍ରାଣ। ଜୀବନ ଦୁଇଟି କ୍ଷଣ କିଏ ଯେ ଜାଣିବ କାହା ମରଣ କାହା ମରଣ ଲୋ ଆକାଶରୁ ଖସେ ଯମ। #ରଜପର୍ବ #RajaParba #ଦୋଳିଗୀତ #HappyRaja
ତରକା ପରଜାପତି ଆହା କି ସୁନ୍ଦର ନୂଆ ପୀରତି ନୂଆ ପୀରତି ଲୋ ସାଥୀ ହୁଏ ଆତ୍ମଘାତୀ। ଢାଉଁ ବାଜଇ ମାଦଳ କାହା ପାଇଁ ଖେଳ କାହାର କାଳ କାହାର କାଳ ଲୋ ନିଜକୁ ନିଜେ ସମ୍ଭାଳ। ହଲି ହଲି ଯାଏ ହାତୀ ଦୁନିଆ ଦେଖିଲା ସେନାର ଶକ୍ତି ଭାରତ ସେନାର ଶକ୍ତି ଲୋ ଦିନ ହୁଏ ଅଧା ରାତି। #ରଜପର୍ବ #rajaparba #ଦୋଳିଗୀତ #HappyRaja
ଲହକା ପତର ବଙ୍କା ଶୁନ୍ୟ ଆକାଶରୁ ଉଡୁଛି ଟଙ୍କା ଉଡୁଛି ଟଙ୍କା ଲୋ ଦେଖି ହୁଏ ମୁହଁ ବଙ୍କା। ଜଗାର ଗେହ୍ଲା ଭଉଣୀ ରାଇଜ ବୁଲୁଛି ହଳଦୀ ରାଣୀ ମାଆ ସୁଭଦ୍ରାର କେତେ କହିବ କାହାଣୀ। ବରଷକ ହେଲା ପୁରା ରିପୋର୍ଟ ବୁଲୁଛି ଦୁନିଆ ସାରା ଦୁନିଆ ସାରା ଲୋ କିଏ ଜାଣେ କିସ ହେଲା! #ରଜପର୍ବ #rajaparba #ଦୋଳିଗୀତ #HappyRaja
ବିଲରେ ନୂଆ ବିହନ ରଙ୍ଗ ପାଚିଲା ଯେ ସବୁଜ ଧାନ ସବୁଜ ଧାନ ଲୋ ନୂଆ ଲୋକ ନୂଆ ଥାନ। #ରଜପର୍ବ #rajaparba #ଦୋଳିଗୀତ #HappyRaja